
ଭୁବନେଶ୍ୱର, ଚଳିତ ଖରିଫରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନସଂଗ୍ରହ ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।ଖରିଫ ଧାନ ବିକ୍ରି ନିମନ୍ତେ ଇଚ୍ଛୁକ ସମସ୍ତ ଚାଷୀଙ୍କୁ ସାନି ନାମ ପଂଜୀକରଣ କରିବାକୁ ପଡ଼ିବ । ପୂର୍ବ ପଂଜୀକରଣ ନବୀକରଣ ହେବ ନାହିଁ । ଚାଷୀମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଂଟ, ଆଧାର କାର୍ଡ, ମୋବାଇଲ୍ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରବାକୁ ପଡ଼ିବ । ଯେଉଁ ଚାଷୀମାନେ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ଇଚ୍ଛୁକ ସେମାନଙ୍କୁ ନିକଟବର୍ତୀ ସୋସାଇଟିରେ ନାମ ପଂଜୀକରଣ କରିବାକୁ ପଡ଼ିବ । ଅଧିସ୍ୱୀକୃତ ପ୍ୟାକ୍ସ/ଲ୍ୟାମ୍ପସ୍, ମହିଳା ସହାୟକ ଗୋଷ୍ଠୀ, ପାଣି ପଂଚାୟତ ରେ ନିଜ ନିଜ ଅଂଚଳ ନିମନ୍ତେ ଚାଷୀଙ୍କ ନାମ ରେଜିଷ୍ଟ୍ରେସନ୍ କରାଯିବ । ସୋସାଇଟିରେ ଧାନ ବିକ୍ରି କରିବା ନିମନ୍ତେ ପୂର୍ବରୁ ନାମ ରେଜିଷ୍ଟ୍ରେସନ୍ କରାଇବା ବାଧ୍ୟତାମୂଳକ । ସମସ୍ତ ୩୦ଟି ଜିଲ୍ଲାରେ ଚାଷୀ ନାମପଂଜୀକରଣ କରାଯିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO