-
୭୦୦ରୁ ଉର୍ଧ ଛାତ୍ର ଛାତ୍ରୀ ଓ ପୁରୁଣା ଛାତ୍ର ଛାତ୍ରୀ ଦେଲେ ସ୍ମାରକ ପତ୍ର

ଭୁବନେଶ୍ୱର, ସରକାର ପରିଚାଳିତ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ର ଛାତ୍ରଛାତ୍ରୀମାନେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ପିଟିସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଆଲୁମିନି ଏହି ଆବେଦନପତ୍ର ମାଧ୍ୟମରେ ନିଜର ଦାବି ପ୍ରକାଶ କରିଛନ୍ତି । ସରକାରଙ୍କ ଉଦାସୀନତା ଏବଂ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ହେବା ପାଇଁ ସିଇଟି କଲେଜର ସମସ୍ତ ଶିକ୍ଷାଗତ ଯୋଗ୍ୟତା ଅଛି । ବିଶ୍ୱବିଦ୍ୟାଳୟ ତିଆରି ହେଲେ କଲେଜ ପ୍ରକୃତରେ ଭଲ କରିପାରିବ ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଛି ।ଏହାପୂର୍ବରୁ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ୧୪ ଦିନିଆ ଅଭିଯାନ ‘ସଂଘର୍ଷ’ ଆରମ୍ଭ କରି ଅନୁଷ୍ଠାନ ପାଇଁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO