
ଖୋର୍ଦ୍ଧା, ଦିନକୁ ଦିନ ବିଗିଡିବାରେ ଲାଗିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥା । ଏଥିପ୍ରତି ସ୍ଥାନୀୟ ପ୍ରଶାସନର ତିଳେ ମାତ୍ର ଦୃଷ୍ଟି ନାହିଁ । ଦୀର୍ଘ ୧୫ ଦିନ ହେବ ମୋଟ୍ ୧୧ଟି ୱାର୍ଡର ନାଳ ନର୍ଦମାରେ କୁଢ କୁଢ ପଚାଷଢ଼ା ମଇଳା ସହିତ ରାସ୍ତାଘାଟ ଅଳିଆ ଆବର୍ଜନାରେ ଭର୍ତ୍ତି ରହିଛି । ନାଳ ନର୍ଦମାରେ ମଇଳା ଜମିବା ଫଳରେ ନର୍ଦମା ପାଣି ନିସ୍କାସନ ହେଇପାରୁନାହିଁ । ପରିମଳ ବିକାଶ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାର କର୍ମୀଙ୍କୁ ନିଯୁକ୍ତି ଦେବା ସହ ଅଳିଆ ଆବର୍ଜନାକୁ ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ପ୍ରକାରର ଯାନବାହାନ ନିୟୋଜିତ କରିଛନ୍ତି । କିନ୍ତୁ ସେ ସବୁ କିଛି କାମରେ ଲାଗୁ ନଥିବା ନଜିର ମଧ୍ୟ ରହିଛି । ସେପଟେ ସରକାର ସ୍ୱଚ୍ଛ ଭାରତ ସାଙ୍ଗକୁ ସ୍ଵଚ୍ଛ ଶାସନ ନେଇ ଡିଣ୍ଡିମ ପିଟୁଥିବା ବେଳେ କର୍ମଚାରୀଙ୍କ ଏଭଳି ଶାସନ ଉପରେ କାହାର ଦୃଷ୍ଟି ପଡୁନାହିଁ । ବାଲୁଗାଁ ଏନଏସିର ସମ୍ପୂର୍ଣ୍ଣ ରାଜରାସ୍ତାର ଉଭୟ ପାଶ୍ୱର୍ରେ ମାଟି ଚଢି ଘାସ ସହ ଅନାବନା ଗୁଳ୍ମ ମାଡିଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ, ଏଥିପ୍ରତି ନଜର ଦେଇନାହିଁ ସ୍ଥାନୀୟ ପ୍ରଶାସନ । ଏନଏସି ପରିଚାଳନା ନିମନ୍ତେ ନିୟୋଜିତ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଯଦି ନିଜ କାମ ସଠିକ୍ ରୂପେ ନକରନ୍ତି ତେବେ ଏସବୁ ସମସ୍ୟାର ସମାଧାନ କଣ ଖୋଦ୍ ଜିଲ୍ଲାପାଳ ଆସି କରିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଖୁବ ଶୀଘ୍ର ଏସବୁର ସମାଧାନ କରିବାକୁ ଦାବି ହୋଇଛି । ଏପରିକି ଏ ଦିଗରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଏନଏସି କାର୍ଯ୍ୟାଳୟ ଘେରାଉ କରାଯିବ ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO