
ଖବରରୁ ପ୍ରକାଶ ଯେ, ଏହି କ୍ଲବ ସମ୍ମୁଖ ଓ ପଛରେ ସେକ୍ଟର ୩ ଥାନା, ଏଠାରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇ ମଦ ବାର୍ ଚାଲିବା ସେଠାରେ ବସି ପାନୀୟ ନେବା, ଖାଦ୍ୟ ଖାଇବା ଭଳି କାମ ବିଳମ୍ବିତ ରାତିଯାଏ ଚାଲିବା ଖବର ଆରଏମସି କମିଶନର ତଥା ଏଡିଏମ ରାଉରକେଲା ଦିବ୍ୟଜ୍ୟୋତି ପରିଡାଙ୍କ ପାଖକୁ ଯାଇଥିଲା । ତାପରେ ସେ ତାଙ୍କ ୟୁନିଟକୁ ପଠାଇ ସେହି ଦୁଇଟି କ୍ଲବରେ ଚଢଉ କରିଥିଲେ । ଚଢଉ ବେଳେ ଆରଏସପିର କେତେକ ଜିଏମ, ଇଡି ପାହ୍ୟା ସାଙ୍ଗକୁ କୋଭିଡରେ ନୋଡାଲ ଅଫିସର ଭାବେ କାମ କରୁଥିବା କେତେକ ଅଧିକାରୀଙ୍କୁ ବସି ସେଠାରେ ଖାଇବା ପିଇବା କରୁଥିବା ଦେଖିଥିଲେ । ତୁରନ୍ତ କ୍ଲବ ଦ୍ୱୟର ବାର, କ୍ୟାଂଟିନ ସହ ମୁଖ୍ୟ ଫାଟକକୁ ସିଲ୍ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଜର୍ମାନ କ୍ଲବ ଏକ ନାମି କ୍ଲବ, ଏଠାକୁ ଅନେକ ସମୟରେ ସରକାରଙ୍କର ବହୁ ବଡ ବଡ ଅଫିସର ମଧ୍ୟ ଆସୁଥିବାର କୁହାଯାଏ । ଆରଏସପିର ସିଇଓ ମଧ୍ୟ ଏହାର ଏକ ଗୁରୁତ୍ୱପୁର୍ଣ ପଦବୀରେ ରହିଛନ୍ତି । ଏଠାକୁ ଜିଏମରୁ ଅଧିକ ପାହ୍ୟାର ଅଧିକାରୀ ମାନେ ଆସିଥାନ୍ତି । ସେହିଭଳି ରାଉରକେଲା କ୍ଲବରେ ଆରଏସପିର ଏଜିଏମ ମାନଙ୍କ ସମେତ ବଡ ବଡ ବ୍ୟବସାୟୀ ମଧ୍ୟ ସଭ୍ୟ ରହିଛନ୍ତି । ବିଶେଷ କରି ଏହି ଦୁଇଟି କ୍ଲବ ସହରରେ ସମ୍ମାନ ଜନକ ଓ ବହୁପୁରାତନ କ୍ଲବ ବୋଲି ବିବେଚନା କରାଯାଏ, ତେବେ ରାଉରକେଲା ଇତିହାସରେ ଆରଏସପି କିମ୍ବା ତାର ଅନୁଷ୍ଠାନ କୁହାଯାଉଥିବା ସଂସ୍ଥାରେ ଯାହା କେବେ କୌଣସି ଆଇଏଏସ କରିନଥିଲେ, କିମ୍ବା ଆଇପିଏସ କରିନଥିଲେ ତାହା ଆଇଏଏସ ଶ୍ରୀଯୁକ୍ତ ପରିଡା କରିଦେଖାଇଲେ ବୋଲି ରାଉରକେଲାରେ ଚର୍ଚ୍ଚା ଜୋର୍ ଧରିଛି । କୋଭିଡ ଭଳି ସ୍ଥିତିରେ ଯେଉଁ ଲୋକ ମାନେ ଏସବୁ ନିୟମକୁ ଲୋକଙ୍କୁ ବୁଝାଇବା ଦାୟିତ୍ୱରେ ରହିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଥିବା କ୍ଲବରେ ଯଦି ଏଭଳି ହୁଏ ତେବେ ଲୋକଙ୍କୁ କହିବ କିଏ ବୋଲି ପ୍ରଶ୍ନ ହେଉଛି । ସେହିଭଳି ଏହି ଚଢାଉ ବେଳେ ସେଠାରେ ଥିବା ଆରଏସପିର ବହୁ ବଡ ବଡ ଅଫିସର ସେଠାରେ କଣ କରୁଥିଲେ ତାହା ମଧ୍ୟ ଆରଏସପି କର୍ତୁପକ୍ଷ ତଦନ୍ତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ତେବେ ଏହି ଚଢଉ ପରେ ଖୁବ ଶିଘ୍ର ଦୁଇଟି କ୍ଲବକୁ ଜରିମାନା କରାଯାଇ ଖୋଲି ଦିଆଜିବ ବୋଲି ଖବର ମିଳିଛି ।