-
ମୟୂରଭଞ୍ଜ: କରୋନା ନେଲା ୬ ଜୀବନ

ବାରିପଦା, ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧,୯୯୩ କରୋନା ସଂକ୍ରମିତମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୧୦ ପଜିଟିଭ ରହିଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭,୨୩୧ରେ ପହଁଞ୍ଚିଛି । ସେହିପରି ଜିଲ୍ଲାରେ ଚିକିତ୍ସାଧୀନ କରୋନା ସଂକ୍ରମିତମାନଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ଥମିବାର ନାମ ଧରୁ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ରିପୋର୍ଟ ଆଧାରରେ ମୟୂରଭଞ୍ଜ ଜିଲ୍ଲାରୁ ଚିକିତ୍ସାଧୀନ କୋଭିଡ଼-୧୯ ସଂକ୍ରମିତମାନଙ୍କ ମଧ୍ୟରୁ ୫ ପୁରୁଷ ଓ ୧ ମହିଳାଙ୍କୁ ମିଶାଇ ୬ ଜଣ ପ୍ରାଣ ହରାଇଥିବାର ଜଣାପଡ଼ିଛି । ଆଜକୁ ମିଶାଇ ଚଳିତ ଜୁଲାଇ ମାସର ୧୨ ଦିନ ମଧ୍ୟରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବାର ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏଥି ସହିତ ଜୁଲାଇ ୧୧ ପର୍ଯ୍ୟନ୍ତ ଜିଲ୍ଲାରୁ ୯୬.୫୭ ପ୍ରତିଶତ ହାରରେ ୩୫,୮୪୭ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁଲାଇ ୧୨ ଅପରାହ୍ନ ସୁଦ୍ଧା ୩.୨୮ ପ୍ରତିଶତ ହାରରେ ୧,୨୨୦ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଂଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ସମୟରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୦.୪୩ ପ୍ରତିଶତ ହାରରେ ୧୬୧ରେ ପହଁଞ୍ଚିଛି । ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେବଳ ଜୁଲାଇ ମାସର ୧୨ ଦିନରେ ଜିଲ୍ଲାରୁ ୧,୭୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଦିନରେ ୧,୯୨୬ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO