
ଭୁବନେଶ୍ୱର, ଭୁବନେଶ୍ୱର ଉପକଣ୍ଠ ଝୁମୁକା ଡ୍ୟାମ ନିକଟସ୍ଥ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସତ୍ସଙ୍ଗ ଭେଷଜ ଉଦ୍ୟାନରେ କଳିଙ୍ଗ ବିହାର ଜୋନ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସତ୍ସଙ୍ଗର ସଭାପତି ଋଚ୍ଛ୍ୱିକ ଡକ୍ଟର ତି୍ରନାଥ ମହାରଣାଙ୍କ ତଚ୍ଛ୍ୱାବଧାନରେ ତଥା କଳିଙ୍ଗ ବିହାର ଗୁରୁଭାଇମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି କୋଭିଡ ନିୟମକୁ ମାନି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା । ଏହି ଭେଷଜ ଉଦ୍ୟାନରେ ଅନେକ ପ୍ରଜାତିର ଔଷଧୀୟ ବୃକ୍ଷ ସହ ଶ୍ରୀ ଶ୍ରୀ ଠାକୁରଙ୍କ ଆଶ୍ରମ ଏବଂ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦାଙ୍କ ନାଟମଣ୍ଡପ ନିର୍ମାଣ କରାଯାଇଛି । ଏହାର ସୁନ୍ଦର ମନଲୋଭା ପରିବେଶ ଯାହାକି ଭକ୍ତମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରିଆସୁଛି । କାର୍ଯ୍ୟକ୍ରମର ସଫଳ ରୂପାୟନରେ ଗୁରୁଭ୍ରାତା ସର୍ବଶ୍ରୀ ସୁଭାଶିଷ ସେନାପତି ଅସିତ୍ କୁମାର ସ୍ୱାଇଁ, ଅମୂଲ୍ୟ ପ୍ରସାଦ ଧଳ, ମିହିର ମତଗଜ ସିଂ, କବିରାଜ ପାତ୍ର, ସନ୍ତୋଷ ଭାଇ, ପରେଶ ଭାଇ, ମନୋଜ ଭାଇ, ଶତ୍ରୁଘନ ଭାଇମାନଙ୍କ ସହଯୋଗ ରହିଥିଲା ।