
ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ -୨ ଠାରେ କରୋନା ବିରୁଦ୍ଧରେ ଆହ୍ୱାନ କରି ନାଗରିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଜେପି ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସୁନିଶ୍ଚିତ ପଦକ୍ଷେପ ପରିଚାଳନା କରିଥିବା ବେଳେ ଜୀବନ ଜିବିକା ସୁରକ୍ଷିତ କରିଛନ୍ତି । ଜନତାଙ୍କୁ ଅନୁଭବ ଅବଗତ କରିବାକୁ ଆହ୍ୱାନ କରିଛନ୍ତି । ଦେଶରେ ୧୬ ଲକ୍ଷ ବେଡ ଛୋଟବଡ କରି ୨୦ ହଜାର ସ୍ୱାସ୍ଥ୍ୟକେନ୍ଦ୍ର, ମାଗଣା ଖାଦ୍ୟ ଯୋଜନା ମାଗଣାରେ ଟିକାକରଣ ଯୋଜନା, ଭେଣ୍ଟିଲେଟର, ଅକ୍ସିଜେନ ଏବଂ ଅକ୍ସିଜେନ କନସେନଟେଟର ଭଳି ପଦକ୍ଷେପ ଉପରେ ଜନତାଙ୍କୁ ଅବଗତ କରିଥିଲେ । ଏହି ବୈଠକରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ଶିକ୍ଷାବିତ କାଳିଚରଣ ଦୁବେ, ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବ ଦେବ ସିଂ ଦେଓ, ଜିଲ୍ଲା ସମ୍ପାଦକ ନେତ୍ରାନନ୍ଦ ମନହିରାଙ୍କ ସମେତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସମେତ ବିଜେପିର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO