ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ପଞ୍ଚାୟତରେ ରହିଛି ଫୋକଟପଡା । ଯଦିଓ ପଞ୍ଚାୟତ ଅଧିନରେ ଉକ୍ତ ପଡା ଆସୁଥିଲେ ମଧ୍ୟ ଖଡିଆଳ ସହରରେ ରହୁଥିବାରୁ ଖଡିଆଳ ସମେତ ଅନେକ ପରିବାର ବାହାରରୁ ଭଡାରେ ରହିଥାନ୍ତି । ବୋଡେନ ଛକ ଠାରୁ ଏହି ପଡାକୁ ଯାଇଥିବା ରାସ୍ତାକୁ ବର୍ଷ ବର୍ଷ ଧରି ମରାମତି କରାଯାଉନି । ଅନେକ ଖାଳ ଖମାର ସହ ବର୍ଷା ଦିନରେ ପାଣି ଜମା ରହୁଛି । ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତାରେ ଯାତାୟତ କରିଥାଏ । କିନ୍ତୁ କୌଣସି ଅଧିକାରୀଙ୍କ ଦୃଷ୍ଟିରେ ଏହି ରାସ୍ତା ପଡୁନାହିଁ । ଏନେଇ ଖଡିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁଙ୍କୁ ଅବଗତ କରାଇବାରୁ ଅତିଶୀଘ୍ର ଉକ୍ତ ରାସ୍ତା ମରାମତି ପାଇଁ ବିଭାଗୀୟ କର୍ମକର୍ତ୍ତାଙ୍କୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।