
ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଭାରତୀୟ ମଜଦୁର ସଂଘର ନୂଆପଡା ଜିଲ୍ଲାସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ ଶନିବାର ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତ୍ତା ଚୟନରେ ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଭାବରେ ଗିରିଷ ଚନ୍ଦ୍ର ମହନ୍ତ, ନୂଆପଡା ଜିଲ୍ଲା ପର୍ଯ୍ୟବେକ୍ଷକ ବିରଞ୍ôଚ ନାରାୟଣ ପଣ୍ଡା, ସଭାପତି ଭାବରେ ଶୁକ୍ଲାମ୍ବର ନିଆଲ ଏବଂ ସମ୍ପାଦକ ଭାବରେ ପ୍ରଦୀପ କୁମାର ଦଣ୍ଡସେନାଙ୍କୁ ମନୋନୀତ କରଯାଇଥିଲା । ଏହି ଅବସରରେ ସଂଘର ସୁବିଧା ଅସୁବିଧା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସହଦେବ ସାହୁ, ଚୈତନ୍ୟ ମାଝୀ, ଶୋଭାସିନୀ ମେହେର, ଯଯାତୀ ମେହେର, କୁଞ୍ଜବିହାରୀ କଟା, ଶଷ୍ଠି ସାହୁ, ଯଶୋବନ୍ତ ଭୋଇ, ତରଣୀ ଭୋଇ, ଗୋଭାସିଂ ମାଝୀ, ଖିôରସାଗର ପୁଞ୍ଜି, ସୁରଜ କୁମାର ଶବର, ଆକାଶ କଟା, ଉପେନ୍ଦ୍ର ଠେଲା ପ୍ରମୁଖଙ୍କ ସମେତ ଶତାଧିକ ମଜଦୁର ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO