
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଆଉ ୨୯ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ରେ ନୂଆ ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୯୪୧ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୬୪୮ ଜଣ ସଂକ୍ରମିତ ସୁସ୍ଥ ହେଲେଣି। ଜିଲ୍ଲାରେ କୋଭିଡ୍ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୨ ରେ ରହିଛି ।ଆଉ ୨୪୧ ଜଣ ସଂକ୍ରମିତ କୋଭିଡ୍ ହସପିଟାଲରେ ଏବଂ ପୃଥକ ବାସରେ ରହି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀର ୨ ଜଣ ରହିଥିବା ବେଳେ ବାଲିଗୁଡାର ୩ ଜଣ,ଦାରିଙ୍ଗବାଡିର ୨,କ.ନୂଆଗାଁ ୫,ଫିରିଙ୍ଗିଆ ୬,ତୁମୁଡ଼ିବନ୍ଧ ୭,ଟିକାବାଲିର ୨ ଜଣ ଏବଂ ଜିଲ୍ଲାର ଚକାପାଦ ଓ ରାଇକିଆ ଅଂଚଳର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।