ଭୁବନେଶ୍ୱର – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୨୪ ତାରିଖ ସନ୍ଧ୍ୟା ୬ଟାରେ ସ୍ଥାନୀୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ “ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁÂିତ ହେବ । ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାରର ସହନିଦେ୍ର୍ଧଶକ ଡ. ଲଲାଟେନ୍ଦୁ ଦାସମହାପାତ୍ର କାର୍ଯ୍ୟକ୍ରମରେ “ମରିସସ୍ରେ ଓଡ଼ିଆ ବଂଶୋଦ୍ଭବ:ଗିର୍ମିଟିୟା’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିବେ ।
ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ସାଢେ଼ ୬ଟାରେ “ଆର୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତା’ କାର୍ଯ୍ୟକ୍ରମ ଆୟୋଜିତ ହେବ । “ଓଡ଼ିଆ କାବ୍ୟ ସାହିତ୍ୟ ପରିପ୍ରେକ୍ଷୀରେ
ଆଧ୍ୟାତ୍ମିକତାର ଭୂତି ଓ ବିଭୂତି’ ପ୍ରସଙ୍ଗ ଉପରେ ବିଶିଷ୍ଟ ସାହିତି୍ୟକ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ବକ୍ତବ୍ୟ ରଖିବେ । ଏହି କାର୍ଯ୍ୟକ୍ରମଟି ପାନ୍ଥନିବାସସ୍ଥ କଳିଙ୍ଗ କନ୍ଭେନ୍ସନ୍ ହଲ୍ଠାରେ ଅନୁÂିତ ହେବ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ର ଅଧ୍ୟକ୍ଷତା କରିବେ ଓ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ ନିଦେ୍ର୍ଧଶକ ଶ୍ରୀ ବିଜୟ କୁମାର ନାୟକ ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।