Related Stories
November 24, 2024
ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯ କଲୋନୀରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭାଗିରଥି ପାଣିଗ୍ରାହୀଙ୍କ ଏକ ମାତ୍ର ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କିନ୍ତୁ ଏହା ଏକ ଆତ୍ମହତ୍ୟା ନା ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଛି ତଦନ୍ତ ପରେ ଜଣାପଡିବ। ପ୍ରକାଶ ଭାଗିରଥିଙ୍କ ସ୍ବର୍ଗବାସୀ କନ୍ୟା ସାବିତ୍ରୀ ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷିତା ଥିଲେ। କିଛି ବର୍ଷ ପୂର୍ବେ ଭାଗିରଥିଙ୍କ ଏକ ମାତ୍ର ଷୋହଳ ବର୍ଷ ବୟସ୍କ ପୁତ୍ର ମଧ୍ୟ ଆତ୍ମହତ୍ୟା କରିଥିଲେ । ଏବେ ଏକ ମାତ୍ର କନ୍ୟାର ମୃତ୍ୟୁ ପଥକୁ ଆଦରି ନେବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଂଚି ଶବ ଜବତ କରି ପୋଷ୍ଟମଟମ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ ପାରିବାରିକ ହିଂସାର ଦିଗକୁ ଗୁରୁତ୍ବ ଦେଇ ତଦନ୍ତ କଲେ ସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସାଧା ରଣରେ ଆଲୋଚନା ହେଉଛି ।