
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ମନରେଗା ଶ୍ରମିକ ମାନଙ୍କ ପାଇଁ ୬୫.୮୩ କୋଟିର ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରାଯାଇଛି । ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ରେ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କୁ ଦୈନିକ ମଜୁରୀ ସହ ଅତିରିକ୍ତ ୫୦ ଟଙ୍କା କୋଭିଡ୍ ସହାୟତା ଦେବା ପାଇଁ ସ୍ଥିର ହୋଇଛି । ଅପ୍ରେଲ ୧ ଠାରୁ ଜୁନ୍ ୩୦ ତାରିଖ ମଧ୍ୟରେ ମନରେଗା ଯୋଜନାରେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୪୯ ହଜାର ୪୪୬ ଜଣ ଶ୍ରମିକ ଏହାର ଲାଭ ପାଇବେ । ଏହି ଅବସରରେ ଛତ୍ରପୁର ବ୍ଲକ କଣମଣା ପଚାଂୟତର ମହିଳା ଶ୍ରମିକ ଏସ. ନିକିଆମ୍ମା ଏବଂ ଚିକଲଖଣ୍ଡି ପଚାଂୟତର ପୁରୁଷ ଶ୍ରମିକ କୈଳାସ ଗୌଡଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର କୋଭିଡ଼୍ ସହାୟତା ପ୍ରଦାନ କରିଥିବାରୁ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଆୟୋଜିତ ଏକ ଭିଡ଼ିଓ କନଫରେନ୍ସୀ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଟିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାୟ ଏବଂ ଶ୍ରମିକ ମନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO