
ଧର୍ମଶାଳା,ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ପାଣି ପାଉଚର ବ୍ୟବହାରକୁ ନିସିଦ୍ଧ କରାଯାଉଥିଲେ ସୁଦ୍ଧା ଯାଜପୁର ଜିଲା ଧର୍ମଶାଳା,ରସୁଲପୁର,ବଡଚଣା ଓ ବରୀ ବ୍ଲକରେ ଏହାର ବହୁଳ ଭାବେ ବିକ୍ରୀ ଚାଲିଛି । ପ୍ରତିଦିନ ବିଭିନ୍ନ ଭୋଜି,ଛୋଟ ମୋଟ କାର୍ଯ୍ୟକ୍ରମ,ସରକାରୀ କାର୍ଯ୍ୟକ୍ରମ ଏବଂ ଭୋଜିମାନଙ୍କରେ ମଧ୍ୟ ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ବହୁଦିନ ପୂର୍ବରୁ କିଛି ଆଖି ଦୃଶିଆ ଭାବେ କାଁ ଭାଁ ସ୍ଥାନରେ ଛୋଟଛୋଟ ଦୋକାନମାନଙ୍କରେ ଚଢାଉ ହୋଇଥିଲା । କିନ୍ତୁ ପରବର୍ତି ପର୍ଯ୍ୟାୟରେ ତାହା ଯେତେ ମାଠୁଛୁ ମାଠ ନୀତିରେ ଏହି ବ୍ୟବସାୟ କ୍ରମଶଃ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏବେ ଏହାର ବ୍ୟବହାର ଆଶାଠୁ ଅଧିକ ଖୁଲମ ଖୁଲା ବିକ୍ରୀ ବୃଦ୍ଧି ପାଇଛି । ଫଳରେ ଏହି କାର୍ଯ୍ୟାନୁଷ୍ଠାନ ପାଣିରଗାର ସଦୃଶ ହୋଇଛି । ଜିଲା ବାହାରୁ କିଛି ବେଆଇନ ଏବଂ ବିନା ଲାଇସେନସ୍ରେ ପାଣି ପାଉଚ କାରଖାନା ଖୋଲୁଛି । ପାଉଚ ପାଣି ପ୍ୟାକେଟରେ କୌଣସି ଅବଧି ନ ଥିବା ବେଳେ ଆଇଏସ୍ଆଇ ମାର୍କ ମଧ୍ୟ ରହୁନାହିଁ । କିନ୍ତୁ ଏହାର ମାନ୍ୟତା ଯାଞ୍ଝ କରାଯାଉ ନାହିଁ । ଏଣେ ଲୋକମାନେ ମଧ୍ୟ ବାରମ୍ବାର ସଚେତନ କରାଗଲେ ମଧ୍ୟ ସଚେତନ ଅଭାବରୁ ଦିନକୁ ଦିନ ପାଣି କାରଖାନା ବୃଦ୍ଧି ପାଉଛି । କମ୍ପାନୀମାନେ ଏହି ପାଣିକୁ ବିଭିନ୍ନ ଧର୍ମଶାଳା ବ୍ଲକର ଜାରକା,କାଏମା,ବାରବାଟୀ,ନେଉଳପୁର ଓ ଜେନାପୁର,ରସୁଲପୁର ବ୍ଲକର କୁଆଖିଆ,ହରିପୁର,ବରୁଆଁ ଓ ବ୍ରହ୍ମବରଦା ,ବଡଚଣା ବ୍ଲକର ଚଣ୍ଡିଖୋଲ,କଂଟିଗଡିଆ,ବାଲିଚନ୍ଦ୍ରପୁର,ଛତିଆ ଓ ବରୀ ବ୍ଲକ ବରୀ,ସୁଜନପୁର,ବାଲିଆପାଳ,ବରୀ ମାଉଁଣ୍ଡ,ବାଲିଆ ଆଦି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ବଡବଡ ଦୋକାନୀମାନଙ୍କୁ ବେଧଡକଭାବେ ଯୋଗାଇ ଦେଇଥାଆନ୍ତି । କିଛି ମାସ ତଳେ ପାଉଚ ପାଣିରେ ଇବୋଲା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା । କିଛିଦିନ ସଚେତନ ଲୋକେ ଏହାର ବ୍ୟବହାର କରିନଥିଲେ କିନ୍ତୁ ପରବର୍ତି ପର୍ଯ୍ୟାୟରେ ପାଉଚର ବ୍ୟବହାର ଦିନକୁ ଦିନ ବଢୁଛି । ଏହା ଏକ ଲଜ୍ଜାଜନକ ବ୍ୟବସାୟ ହୋଇଥିବାରୁ କିଛଇ ଅସାଧୁ ଅଧିକାରୀଙ୍କୁ ବ୍ୟସାୟୀମାନେ ହାତ ବାରିସି କରି ବ୍ୟବସାୟ ବଢାଇବାରେ ଲାଗିଛନ୍ତି । ପ୍ରଶାସନ ତରଫରୁ ବେଆଇନ କାରଖାନା ପ୍ରତି କୌଣସି ପଦକ୍ଷେପ ନେବା ତ ଦୂର କଥା ପାଣିର ମାନ୍ୟତାକୁ ମଧ୍ୟ ଯାଞ୍ଝ କରାଯାଉନାହିଁ । ଏହି ବ୍ୟବସାୟୀମାନେ ଖୋଲାପାଣିକୁ ପ୍ୟାକେଟ କରି ବିଭିନ୍ନ କମ୍ପାନୀର ନାମ ଦେଇ ବଜାରରେ ଅବାଧରେ ବିକ୍ରୀ ଚାଲାଇଥିବାର ସାଧାରଣରେ ଅଭିଯୋଗ ହୋଇଛି । ବଜାରରେ ଦୋକାନୀମାନଙ୍କୁ କମ ଦରରେ ଏହି ପାଣିକୁ ବିକି ଚାଲିଯାଇଥାଆନ୍ତି । ଲୋଭଖୋର ଦୋକାନୀମାନେ ଅଧିକ ଲୋଭ ଆଶାରେ ସାଧାରଣ ଜନମାନସକୁ ଠକିବାରେ ଦିନ ରାତି ଲାଗି ପଡିଛନ୍ତି । ପ୍ରଶାସନ ଏଥିପ୍ରତି ସଚେତନ ନ ଥିବା ବେଳେ ଜନସାଧାରଣ କିଭଳି ସଚେତନ ହେବେ ? ସେହିଭଳି ସ୍ୱଚ୍ଛ ଭାରତ ଅଭିଯାନରେ ଭାରତକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିପାଉଚ କୁଢକୁଢ ଜମା ହୋଇଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ଜିଲାପ୍ରଶାସନ ଏହାକୁ ନରୋକିବାରେ ତତ୍ପରରତା ନହୁଅନ୍ତି ତେବେ ଏହି ନିମ୍ନମାନର ପାଣି ପାଉଚ ପିଇ ବିଭିନ୍ନ ରୋଗ ବ୍ୟାପିବାକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।