
ଧର୍ମଶାଳା, ଦିନକୁ ଦିନ ଅମ୍ଲଜାନ କମିବାରେ ଲାଗୁଛି । ସରକାର ବନିକରଣ ନିମନ୍ତେ ଜଙ୍ଗଲ ସୃଷ୍ଟି କରୁଛନ୍ତି । ଏପଟେ କିଛି ମୁଷ୍ଟିମେୟ ବ୍ୟକ୍ତି ଗଛ କାଟିବାରେ ବ୍ୟସ୍ତ । ଦିନକୁ ଦିନ ଗଛ କଟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାର କରତକଳ ବନ୍ଦ କରିବା ସହ ଅନେକ କେତେକ ସ୍ଥାନରେ କରତକଳ ଅଛି ତାହା ସରକାରଙ୍କ ଅନୁମତିରେ । ହେଲେ ଅନେକ ବେଆଇନ କରତକଳ ଜିଲା ପ୍ରଶାସନ ଜଣାତରେ ତାହା ଚାଲିଛି । ଯାଜପୁର ଜିଲା ଧର୍ମଶାଳା ବ୍ଳକରେ ଜାରକାଠାରେ ସରକାରଙ୍କ ଅନୁମତିରେ କେତେକ କରତକଳ ଚାଲିଥିବା ବେଳେ ତାହାଠୁଁ ଅଧିକ ବେଆଇନ କରତକଳ ଚାଲିଛି । ଅନ୍ୟପଟେ କାଏମା ଅଂଚଳରେ ଏହି ବେଆଇନ କରତକଳରେ ଦିନ ରାତି ଶହଶହ ପଣସ,ଚାକୁଣ୍ଡା,ଆକାସି,ଦେବଦାରୁ ଓ ଆମ୍ବ କାଠ ଚିରା ଚାଲିଛି । କିଛି ଦଲାଲ ବିଭିନ୍ନ ସ୍ଥାନରୁ ଗଛ କାଟି ଏହି ସବୁ ଅଂଚଳରେ କାଠ ଚିରୁଛନ୍ତି । ବ୍ୟବସାୟୀମାନେ ପ୍ରଶାସନକୁ ହାତବାରିଶ କରି ବେଆଇନ କାରବାର ବେଧକ ଚଲାଉଛନ୍ତି । ଏନେଇ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜୀବି ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି । ଏହି ବେଆଇନ କରତକଳ ବନ୍ଦ କରିବାକୁ ଜିଲଶ ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଂଚବାସୀ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO