
-
ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ପୂର୍ବ ପ୍ରସ୍ତୁତି ଜାରି ରହିଛି,
-
୨୦୦୦ ରୁ ଉର୍ଦ୍ଧ ସେବାୟତ ଓ ଅଫିସର ଙ୍କ RT -PCR ଟେଷ୍ଟିଙ୍ଗ ସରିଛି,
ଆଜି ମହାପ୍ରଭୁ ଙ୍କ ନବଯୌବନ ନୀତି ଅନୁଷ୍ଠିତ ହୋଇଛି ଏହି ନବଯୌବନ ଦର୍ଶନ ସମୟରେ ସେବାୟତ ମାନେ ଗୀତ ଗୋବିନ୍ଦର ଦଶାବତାର ପାଠ କରିଥିଲେ |ଏଥି ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ଚଳିତ ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ଭଲଭାବରେ ଚାଲିଅଛି |ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି କରାଯାଇଥିଵା ନୀତି ନିର୍ଘଣ୍ଟ ଅନୁସାରେ ପହଣ୍ଡି ଏବଂ ରଥଟଣା ନିର୍ଧାରିତ ସମୟରେ ହେବବୋଲି ସେ ନିଜ ମତ ଦେଇଛନ୍ତି |ଏଥି ସହିତ ରାଜ୍ୟ ସରକାରଙ୍କ ତରଫରୁ ରଥଯାତ୍ରା ପାଇଁ ସମ୍ପୃକ୍ତ ହେବାକୁ ଥିବା ସମସ୍ତ ସେବାୟତ, ସୁରକ୍ଷା ଅଧିକାରୀ ଓ ଶ୍ରୀମନ୍ଦିର କର୍ମକର୍ତ୍ତାଙ୍କ ମଧ୍ୟରୁ ପାଖାପାଖି ୨୦୦୦ ଜଣଙ୍କ RT -PCR ଟେଷ୍ଟିଙ୍ଗ ସରିଛି |ଚଳିତ ରଥଯାତ୍ରା ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଥିବା ସୂଚନା ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ |