
ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ନୀଲା ମାଡକାମି । ପେଟ ପାଇଁ ଦାନା ଯୋଗାଡ କରିବା କୁ ବିକଳାଙ୍ଗ ହୋଇ ମଧ୍ୟ ଗାଆଁ ଗାଆଁ ବୁଲି ଦିନ ମଜୁରିଆ ଭାବେ କାମ କରିବା ସହ ଆବଶ୍ୟକ ପଡିଲେ ଡ୍ରାଇଭର ଟିଏ ବି ପାଳଟି ଯାଇଛି ସେ। ପିଲା ବେଳରୁ ଛାତି ଓ ପିଠି ଫୁଲିବାରୁ କାମଧାମ କରିବାରେ କଷ୍ଟ ହେବାରେ ଲାଗିଲା । ବୟସ ବଢିବା ସହ ଦିନକୁ ଦିନ ଛାତି ଓ ପିଠି ଫୁଲିବାରେ ଲାଗିଥିଲେ ମଧ୍ଯ ପରିବାର ଲୋକଙ୍କ ପେଟର ଭୋକକୁ ମେଣ୍ଟାଇବାକୁ ଯନ୍ତ୍ରଣାକୁ ଭୁଲିଯାଇ ଗାଆଁ ଗାଆଁ ଯାଇ କାମଧନ୍ଦା କରିବାରେ ଲାଗିଲେ । ଦଇବ ଦାଉ ସାଧିଲା ପରି ଶାରୀରିକ ବିଷମତା ଦେଖା ଦେଉଥିବା ବେଳେ ପିଲାଟି ବେଳୁ ପିତାମାତା ଙ୍କୁ ହରାଇ ଏକଦା ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲା ନିଲା। ତେବେ ମନ କୁ ଟାଣ କରି ଶାରୀରିକ ଗଠନକୁ ଅଣଦେଖା କରି ସମୟ ସହ ନିଜକୁ ତାଳ ଦେଇ ନିଜେ ପରିଶ୍ରମ କରି ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇ ପାରିଥିବାରୁ ମନରେ ସନ୍ତୋଷ ରହିଥିଲେ ମଧ୍ୟ ପରିବାର ଲୋକଙ୍କ ପାଇଁ ଘର ଖଣ୍ଡେ ନଥିବାରୁ ଦୁଃଖ ପ୍ରକାଶ କରିଛି ନିଲା । ଆଗାମୀ ଦିନରେ ବର୍ଷା ଆସୁଥିବାରୁ ଘର ର ଅବସ୍ଥା କୁ ନେଇ ଚିନ୍ତା ପ୍ରକଟ କରିଛି ନୀଲା । ବର୍ଷା ହେଲେ ଚାଳରୁ ପାଣି ଝରୁଥିବା ବେଳେ ଅନେକ ସମୟରେ ବର୍ଷା ଯୋଗୁଁ ରାତି ରାତି ଅନିଦ୍ରା ରହୁଥିବା ନିଲା କହିଛି । ଦୁର୍ଗମ ଉଦୟଗିରି ଗ୍ରାମରେ ରହୁଥିବା ନିଲା ର ଏଭଳି କରୁଣ ସ୍ଥିତି ସମ୍ପର୍କରେ ଗ୍ରାଉଣ୍ଡ ଜିରୋ କୁ ଗଲେ ଜାଣି ହେବ ଓ ଜୀବନ ନିର୍ବାହ ପାଇଁ ଜଣେ ଦିବ୍ୟାଙ୍ଗ ଙ୍କ ସଂଘର୍ଷ ପୂର୍ଣ୍ଣ କାହାଣୀ ସମ୍ପର୍କରେ ଜାଣିହେବ । ନିଲା କାମ କଲାବେଳେ ଦିନକୁ ଦିନ ଶ୍ୱାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ପ୍ରଶାସନ ତୁରନ୍ତ ନୀଲା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏଥିସହ ତୁରନ୍ତ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘରଟିଏ ପାଇଁ ନୀଲା ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO