

Related Stories
April 20, 2025
ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ଥାନା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମରୁ ବିଜୟାନନ୍ଦ ମହାନ୍ତିଙ୍କ ଘରୁ ଚଳିତ ମାସ ୫ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତମାନେ ଘରର ତାଲା ଭାଙ୍ଗି ଆଲମିରାରୁ ସୁନା ଅଳଙ୍କାର ,ନଗଦ ଟଙ୍କା ସହ କଂସା ବାସନ ଚୋରି କରି ଫେରାର ହୋଇଯାଇଥିଲେ । ଫଳରେ ବିଜୟାନନ୍ଦ ଏନେଇ ବ୍ରହ୍ମବରଦା ଫାଣ୍ଡିରେ ଏତଲା ଦେଇଥିଲେ । ପୁଲିସ କେସ୍ ନଂ ୩୫୬/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଫେରି ଆସିଥିଲା । ତେବେ ଏହି ଘଟରାକୁ ପୁଲିସ ଗୁରତର ସହ ନେଇ ଅଧିକ ତଦନ୍ତ ପାଇଁ ସାଇଁଟିଫିକ୍ ଦଳର ସହାୟତା ନେଇଥିଲା । ଆଜି ସକାଳେ ଏକ ସାଇଁଟିଫିକ୍ ଦଳ ଘଟଣାର ତଦନ୍ତ କରି ଫେରିଯାଇଥିବା ବେଳେ ଅପରାହ୍ନରେ ସନ୍ଧାନୀ କୁକୁର ପଂହଚି ଚୋରି ହୋଇଥିବା ଘର ଓ ଆଲମିରା ଭଙ୍ଗା ଯାଇଥିବା ସ୍ଥାନ ସହ ବନ୍ଧଡିହ ବଜାରରେ କୁକୁରକୁ ତଦନ୍ତରେ ନିୟୋଜିତ କରାଯାଇଥିଲା । ହେଲେ କୌଣସି ଅଭିଯୁକ୍ତଙ୍କର ସନ୍ଧାନ ବାରି ହୋଇନଥିଲା ।ସୂଚନା ଥାଉକି ଏହି ଗ୍ରାମର ବିଜୟାନନ୍ଦଙ୍କ ସାନ ପୁଅ କେରଳରେ ଏକ ପ୍ଲଏ କମ୍ପାନୀରେ କାମ କରୁଥିଲେ । ଘରେ ସାନ ବୋହୂ ଏକୁଟିଆ ରହୁଥିବାରୁ ରାତିରେ ବୋହୁ ନିଜ ଘରର ତାଲା ପକାଇ ବାପା ମାଆ ପାଖରେ ରାତିରେ ଶୋଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଦୃବୃତମାନେ ଘରର ତାଲା ଭାଙ୍ଗି ଏକ ଆଲମିରାକୁ ଏକ ନିଛାଟିଆ ଜାଗାରେ ଭାଙ୍ଗି ସୁନା ଅଳଙ୍କାର ,ନଗଦ ଟଙ୍କା ଓ କଂସା ବାସନ ଆଦି ଲୁଟି ନେଇଥିଲେ ।