ଭୁବନେଶ୍ୱର – ଦିବ୍ୟ ବିହାରରେ ପ୍ରତି ସପ୍ତାହରେ ହେଉଛି ଚୋରି । ଗତକାଲି ରାତିରେ ଲନ୍ ୭ରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଡକାୟତି ହୋଇଥିବା ବେଳେ ଗତ ଦୁଇ ଦିନ ପୂର୍ବରୁ ମଧ୍ୟ ଲେନ୍ ୨ରେ ଚୋରି ପ୍ରୟାସ ହୋଇଥିଲା । ଏପରିକି ପ୍ରତି ସପ୍ତାହରେ ଏଠାରେ ଚୋରି ହେଉଥିବା ଲୋକ ଅଭିଯୋଗ କରୁଛନ୍ତି । ପୋଲିସ ପାଟ୍ରୋଲିଂ ଅଧିକ କରିବା ଓ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦିବ୍ୟ ବିହାର ଉନ୍ନୟନ ପରିଷଦ ପକ୍ଷରୁ ଦାବି କରାଯାଉଛି । ପ୍ରକାଶ ଥାଉକି, ଶ୍ରୀଲିଙ୍ଗରାଜ ଥାନା ଅଧିନ ଏହି ଜନବସତି ସାମନ୍ତରାପୁରଠାରୁ ଛକଠାରୁ ଦୂରତା ମାତ୍ର ୨ଶହ ମିଟର । ରାଜଧାନୀର ଏହି ଗୁରୁତ୍ୱପୂର୍ଣ୍ଣସ୍ଥାନରେ ପ୍ରାୟ ୫ଶହରୁ ଉର୍ଦ୍ଧ ପରିବାର ବାସ କରୁଛନ୍ତି । ହେଲେ ଏଠାରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ । ଶିଶୁପାଳଗଡ଼ ପଂଚାୟତ ଅଧିନ ଏହି ଅଂଚଳକୁ ପୋଲିସ ପାଟ୍ରୋଲିଂ ଅଧିକ କରିବା ଓ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବାକୁୁ ଦିବ୍ୟ ବିହାର ଉନ୍ନୟନ ପରିଷଦର ସଭାପତି ରାଜେନ୍ଦ୍ର ପଣ୍ଡା ଦାବି କରିଛନ୍ତି ।