ପୁରୀ, ୱାର୍ଡ ନଂ ୧୭ରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ରାଜେନ୍ଦ୍ର ନାୟକ ନିଜର ମହାନତାର ପରିଚୟ ଦେଇଛନ୍ତି । ଗତ ସୋମବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ନିଜ କର୍ତ୍ତବ୍ୟ ସଂପାଦନ ସମୟରେ ଅଠରନଳା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ୨୦ଟି ୫ ଶହ ଟଙ୍କିଆ ଥିବା ୧୦ ହଜାର ଟଙ୍କା ପାଇଥିଲେ । ସେ ତୁରନ୍ତ ତାଙ୍କ ସହ ଥିବା ଅନ୍ୟ କର୍ମଚାରୀ ମାନଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ । ସେମାନେ ଗତକାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାରେ ଏହି ଟଙ୍କା କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି । ଏଥିନିମନ୍ତେ ସବୁ ମହଲରୁ ଶ୍ରୀ ନାୟକ ଏବଂ ତାଙ୍କ ଟିମ୍ କୁ ପ୍ରଶଂସାର ଛୁଅ ଛୁଟିଛି ।
Related Stories
November 23, 2024