

Related Stories
May 4, 2025
ଭୁବନେଶ୍ୱର, ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ଜାତୀୟ କଂଗ୍ରେସ ଦେଶ ତମାମ ପ୍ରତିବାଦ ଆନ୍ଦୋଳନ କରିବ । ଆଜି ଠାରୁ ଏହି ଆନ୍ଦୋଳନ ଆରମ୍ଭ ହେବ ଓ ଏହା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ।ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ କର୍ମୀ ମାନେ ବୁଧବାର ପ୍ରତିବ୍ଲକ ସାମ୍ନାରେ ଲୋକେ ଝାଞ୍ଜ, ଘଂଟ ମାଡ କରି ପ୍ରତିବାଦ କରିବେ । ଜୁଲାଇ ୯ ତାରିଖରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା କରି ଏହାର ପ୍ରତିବାଦ ହେବ । ଜୁଲାଇ ୧୪ ତାରିଖରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନ୍ଦୋଳନ ମଧ୍ୟ ଆୟୋଜିତ ହେବ ଯେଉଁଥିରେ ରାଜ୍ୟ ନେତୃମଣ୍ଡଳୀ ଯୋଗ ଦେବେ । ଜୁଲାଇ ୧୫ ତାରିଖ ଦିନ ମହଙ୍ଗା ମାଡର ପ୍ରତିବାଦ ସ୍ୱରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ ନକିଣିବା ପଇଁ ଦଳ ପକ୍ଷରୁ ଆହ୍ୱାନ କରା ଯାଇଛି ।ଏତ୍ୟବ୍ୟତୀତ ଏଆଇସିସିର ନିର୍ଦ୍ଦେଶକ୍ରମେ ମାସ ବ୍ୟାପି ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଂଚାତୟ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହିତ କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପଂହଚାଇ ଜନଜାଗରଣ ସୃଷ୍ଟି କରିବେ ।