
ବେଲଗୁଣ୍ଠା, ଗଣତନ୍ତ୍ରରେ ଗଣମାଧ୍ୟମର କଣ୍ଠ ରୋଧ କରିବା ପାଇଁ କେତେବେଳେ ସାମ୍ବାଦିକଙ୍କୁ ଆକ୍ରମଣତ କେଉଁଠି ସାମ୍ବାଦିକଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଘଟଣା ବୃଦ୍ଧି ପାଇଛି l ଖବର ସଂଗ୍ରହ କରିବାକୁ ଯାଇ ଥିବା ନୟାଗଡ଼ର ଦୁଇ ଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲି ଥିବା ବେଳେ ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ବୁଗୁଡ଼ାର କିଛି ବିଜେଡି ନେତା ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକ ଅନିଲ ପଟ୍ଟନାୟକଙ୍କ ବିରୁଦ୍ଧରେ ଭିତ୍ତିହୀନ ମିଥ୍ୟା ଆରୋପ ଘଟଣାକୁ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସହ ବିଭିନ୍ନ ସଙ୍ଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଏମିତି ଆକ୍ରୋଶ ମୂଳକ ଭାବେ ମନଗଢା ଆରୋପ ଯଦି ଜାରି ରହେ ତାହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ ସହ ରାଜ୍ୟ ସ୍ତରରେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତି କର ଚେତାବନୀ ଦେଇଛନ୍ତି l ଜିଲ୍ଲା ଉପ ସଭାପତି ଦେବୀ ପ୍ରସାଦ ଦାଶଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ପ୍ରକାଶ ପଟ୍ଟନାୟକ, କାର୍ଯ୍ୟକାରି ସଦସ୍ୟ ଗୋପାଳ ପଟ୍ଟନାୟକ,ଭିକୁ ନାୟକ , ଚନ୍ଦ୍ରକେତୁ ରାଉତ,ବିଭୁ ପ୍ରସାଦ ପଟ୍ଟନାୟକ, ଜୟକୃଷ୍ଣ ପଟ୍ଟନାୟକ, ବିଶ୍ବମ୍ବର ଜେନା, ଭବାନୀ ପାଳ, ରାଜେଶ ପଣ୍ଡା, ଅଶ୍ୱିନୀ ମାହାନ୍ତି, ସନ୍ତୋଷ ବିଷୋୟୀ, ପ୍ରଭାତ କୁମାର ସାହୁ, ମଧବ ଚନ୍ଦ୍ର ଆପଟ, ସରୋଜ ଶତପଥୀ, ବିଭୁପାଦ ଜେନା, ସୁଶାନ୍ତ ବେହେରା, ଚନ୍ଦନ ସାହୁ, ସୁରେଶ ସୁବୁଦ୍ଧି, ରାଜେଶ ପାତ୍ର, ଶିବରାମ ଚୌଧୁରୀ, ଜଗନାଥ ନାୟକ, ପଞ୍ଚାନନ ସାହୁ ,ବିନ୍ଦୁପ୍ରିୟା ଦାଶ, ବର୍ଷାରାଣୀ ସ୍ୱାଇଁ, ମଣ୍ଟୁ ମହାପାତ୍ର,ସୁଧାଂଶୁ ବିଷୋୟୀ, ସଚିନ ପୁରୋହିତ, ବାଳକୃଷ୍ଣ ପାତ୍ର,ବୁଗୁଡ଼ା ମିଡ଼ିଆ କ୍ଳବ ଉପ ସଭାପତି ମନୋରଞ୍ଜନ ଦାଶ , ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, କାଳୀ ଚରଣ ଦାଶ, ଶିବ ପ୍ରସାଦ ଦୋରା ପ୍ରମୁଖ, ଉପସ୍ଥିତ ଥିଲେ l ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO