
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବିଭିନ୍ନ ସମୟରେ ଚୋରି ହୋଇଥିବା ପ୍ରାୟ ୨୦ଟି ମୋବାଇଲ୍ କୁ ଉଦ୍ଧାର କରିଛି ପୋଲିସ । ପୋଲିସ ପକ୍ଷରୁ କାଗଜପତ୍ର ଯାଂଚ୍ ପରେ ସେହି ମୋବାଇଲ୍ ଗୁଡିକ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, ଗତ ମାସରେ ଲକ୍ ଡାଉନ୍ ଯୋଗୁଁ ବଜାର ଖୋଲିବା ସମୟ ଉପରେ କଟକଣା ଜାରୀ କରାଯାଇଥିଲା । ସକାଳ ୬ଟା ଠାରୁ ପୂର୍ବାହ୍ନ ୧୧ ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରୁ କିଣିବା ନିମନ୍ତେ ଗ୍ରାହକଙ୍କୁ ଅନୁମତି ମିଳିଥିଲା । ଏହି ସମୟରେ ଲୋକେ ତରବର ହୋଇ ବଜାର କରିବା ସମୟରେ ଗହଳିର ସୁଯୋଗ ନେଇ କିଛି ଚୋର ଲୋକଙ୍କ ମୋବାଇଲ୍ ଚୋରି କରିଥିବା ଜଣାପଡିଥିଲା । ଏଗୁଡିକ ଯାଂଚ୍ ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।