
ନୂଆପଡ଼ା, ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ନ୍ୟାସନାଲ କଲେଜ ପରିସର ମଧ୍ୟରେ ଯୁବ ରେଡ଼କ୍ରସ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସଵ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କବିତା ରଥ ଯୋଗଦେଇ ଚାରା ରୋପଣ କରିଥିଲେ । ପରିବେଶ ନିୟନ୍ତ୍ରଣ ଏବଂ ସନ୍ତୁଳନ ରକ୍ଷା କରିବାରେ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଅଛି । ସଚେତନ ନାଗରିକ ରୂପେ ନିଜ ଚର୍ତୁପାର୍ଶ୍ବରେ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ଅଟେ । ଯୁବ ରେଡ଼କ୍ରସ ଜିଲ୍ଲା ଆବାହକ ଭୂଖନର୍ମ ଅହୀର, ଯୁବ ରେଡ଼କ୍ରସ ପରାମର୍ଶଦାତା ଶିବ ପ୍ରସାଦ ସା, ଜାତୀୟ ସେବା ଯୋଜନା ଅଧିକାରୀ କପିଳ ଦେବ ପାଣିଗ୍ରାହୀ ଏବଂ ଡଃ. ପ୍ରଣତୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।