
-
ଆସାମୀକୁ ୧୦ ବର୍ଷ ଜେଲ୍ ଓ ୫ ହଜାର ଜୋରିମାନା
କନ୍ଧମାଳ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୌମ୍ୟକ ପାତ୍ର ୧୫ ବର୍ଷିୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡ଼ାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ୍ ଆଧାରରେ ମାମଲାର ଅଭିଯୁକ୍ତ ରାଇକିଆ ଅଂଚଳର ଲାମୁଙ୍ଗିଆ ଗ୍ରାମର ଟୁନା ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦୟେ ତାଙ୍କୁ ଆଉ ୩ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାକୁ ସରକାରୀ ଓକିଲ ଅସୀମ କୁମାର ପ୍ରହରାଜ ପରିଚାଳନା କରିଥିଲେ ।