Related Stories
November 22, 2024
ପୁରୀ, ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନେ ସୁସ୍ଥ ହେବା ପରେ ଆଜି ଦ୍ୱାଦଶୀ ତିଥିରେ ଏହି ଖବର ଶ୍ରୀନଅରରେ ପହଂଚିଛି । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ଦଇତାପତି ସେବାୟତମାନେ ମାନେ ଧରି ଶ୍ରୀନଅର ଅଭିମୁଖେ ଯାଇଥିଲେ । ଅଣସର ସେବାର ପ୍ରମୁଖ ନୀତି ରାଜପ୍ରସାଦ ବିଜେ । ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବୋଲି ଦଇତାପତି ସେବକ ମାନେ ଗଜପତି ମହାରାଜାଙ୍କୁ ଜଣାଇଥିଲେ । ଦଇତାପତି ସେବକ, ଦେଉଳ କରଣ ପ୍ରମୁଖ ସେବାୟତ ମାନେ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀନଅରକୁ ଯାଇଥିଲେ । ଦଇତାପତି ସେବକ ମାନେ ଏକ ରୂପା ଥାଳିରେ ପାଟ ବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ନେଇଥିଲେ । ଗଜପତି ମହାରାଜା ମହାପ୍ରଭୁ ସୁସ୍ଥ ହେବା ଖବର ଜାଣି ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।