
-
ଜେଲ୍ ରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଟୁନା ସେଠୀ
ସୁଶାନ୍ତଙ୍କ ମାଙ୍କ ଏତଲା ଅନୁଯାୟୀ, ୨୦୧୯ ଅପ୍ରେଲ ୨୦ ତାରିଖ ରାତି ୮ଟା ସମୟରେ ସୁଶାନ୍ତ ନିଜ ଘର ସମ୍ମୁଖରେ ବସିଥିବା ବେଳେ ପୂର୍ବ ପ୍ରସ୍ତୁତି ଯୋଜନା ମୁତାବକ ଟୁନା ଏବଂ ତାଙ୍କ ସହଯୋଗୀ ମାନେ ସେଠାରେ ବୋମା ମାଡ଼ କରିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ପରିବାର ଲୋକେ ଏନେଇ ପୋଲିସକୁ ଜଣାଇବା ପରେ ବ୍ରହ୍ମପୁର ଏସପି ପୀନାକ ମିଶ୍ରଙ୍କ ସମେତ ଗୋପାଳପୁର ପୋଲିସ ସେଠାରେ ପହଂଚି ମୃତକଙ୍କ ଶବ ଜବତ କରିଥିଲେ । ପରେ ପୋଲିସ ପର୍ଯ୍ୟାୟ କ୍ରମେ ମାମଲାରେ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ବିଚାର ବିଭାଗୀୟ ହାଜତରେ ରହିବା ପରେ ମୁଖ୍ୟ ଅଭିଯୁକ୍ତ ସମୟ ରଣାଙ୍କ ସମେତ ୭ ଅଭିଯୁକ୍ତ ଜେଲ୍ ରୁ ମୁକୁଳି ସାରିଛନ୍ତି । ଏହି ଘଟଣାରେ ବିଚାରଣା ଦ୍ୱିତୀୟ ଏଡିଜେଏମଙ୍କ କୋର୍ଟରେ ହୋଇଥିଲା ।