
ସେହିପରି ଆଉ ୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି । ମୃତ ମହିଳା ମାନଙ୍କ ବୟସ ଯଥାକ୍ରମେ ୫୩, ୬୦, ୨୬ ବର୍ଷ । ସେହିପରି ମୃତ ଦୁଇ ପୁରୁଷଙ୍କ ମଧ୍ୟରୁ ଜଣକର ବୟସ ୫୨ ଓ ଅନ୍ୟ ଜଣକର ବୟସ ୫୫ ବର୍ଷ । ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୯ କୁ ବୃଦ୍ଧି ପାଇଛି । ଏଥି ସହ ଜିଲ୍ଲାରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୭ ରେ ପହଂଚିଛି ।