
ଏଭଳି କାର୍ଯ୍ୟକ୍ରମ ପରିକଳ୍ପନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସମାଜରେ ଅନେକ ଲୋକ ନିଜର ଜନ୍ମ ଦିବସ, ବିବାହ, ମାଙ୍ଗଳିକ କାର୍ଯ୍ୟକ୍ରମ, ଆତ୍ମିୟଙ୍କ ସ୍ମୃତି ରକ୍ଷା ପାଇଁ ଗୋଟିଏ ବୃକ୍ଷ ରୋପଣ ଇଚ୍ଛା ରହୁଛି କିନ୍ତୁ ସେମାନଙ୍କ ପାଖରେ ସ୍ଥାନର ଅଭାବ ମୁଖ୍ୟ ସମସ୍ୟା ରହୁଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଇଚ୍ଛା ପୂରଣ ସହ ପ୍ରକୃତି ସୁରକ୍ଷା ହୋଇପାରୁଛି ।
ଆଜିର କାର୍ଯ୍ୟକ୍ରମରେ ଦଶ ଗୋଟି ବର ଓ ଅଶ୍ୱତ୍ଥ ବୃକ୍ଷ ରୋପଣ ସହ ଏହାର ରକ୍ଷା ପାଇଁ ୧୧ ଜଣ ବ୍ୟକ୍ତି ବିଶେଷ ଡା. ପି. ରବି କୁମାର, ଅଧ୍ୟାପକ ରମେଶ ପ୍ରଧାନ, କଳାଞ୍ଜଳି ଅନୁଷ୍ଠାନର ରମେଶ୍ୱରୀ ନନ୍ଦ, ମହାତ୍ମା ହ୍ୟାଲପିଙ୍ଗ ହାଣ୍ଡସର ଏମ. ଭେଙ୍କଟ ରମଣ, ସଂଗ୍ରାମ ବିଶୋଇ, ସତ୍ୟ ସୁନ୍ଦର ସାମନ୍ତ, ସନ୍ତୋଷ ପାତ୍ର, ସିଦ୍ଧାର୍ଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏସବୁ ଗଛକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ଦିପକ ପାତ୍ର, ରାକେଶ କୁମାର ବିଶୋଇ, ଜେ. ବିନୋଦ, ଶିବରାମ ବେହେରା, ବନମାଳୀ ପ୍ରଧାନ, ରାକେଶ ମାଲ୍ଲୁ , ବିଦେଶି ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।