

Related Stories
April 19, 2025
ନୂଆପଡ଼ା, ଏଣିକି ବ୍ଲକ ପ୍ରଶାସନ ଲୋକଙ୍କ ପାଖରେ ସିଧାସଳଖ ପହଂଚିବ । ସମସ୍ୟାର ଅନୁଧ୍ୟାନ ଏବଂ ସମାଧାନ କରାଯିବ । ବୋଡେ଼ନ ବିଡ଼ିଓ ତଥା କନିଷ୍ଠ ଯନ୍ତ୍ରୀମାନଙ୍କୁ ନେଇ ରବିବାର ଦିନ ଛୁଟି ବଦଳରେ ସେବା ପ୍ରଦାନ ଲକ୍ଷ୍ୟ । ସମସ୍ୟା ଥିବା ଲୋକଙ୍କ ପାଖରେ ପହଞ୍ଚି ସମାଧାନର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ଗ୍ରାମପଞ୍ଚାୟତର ଖୋଲି ଭିତର ଗ୍ରାମକୁ ଯାଇଥିଲେ ବୋଡେ଼ନ ଗୋଷ୍ଠି ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା ସେଠାରେ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ । ବିରାଟ ସମସ୍ୟା ରୂପେ ବର୍ଷା ଦିନରେ ନଦୀରେ ପାଣି ଯାଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ କହିଥିଲେ । ଶେଷରେ ସମସ୍ତ ଗ୍ରାମ ଲୋକଙ୍କୁ ନେଇ ଏକ ବୈଠକ କରି ଅବୁଝା ଥିବା ସତ୍ତ୍ଵେ ଲୋକଙ୍କୁ କୋଭିଡ୍ ଟୀକା ନେବା ନିମନ୍ତେ ଆଗ୍ରହ କରାଇଥିଲେ । ଏପରି ଛୁଟି ଦିନରେ ମଧ୍ୟ ଗାଁ ଗାଁ ଯାଇ କୋଭିଡ ଟୀକା ନେବା ପାଇଁ ସଚେତନତା କରିବା ସହ ଲୋକଙ୍କ ସମସ୍ୟା ବୁଝୁଥିବା ଲୋକେ ଦେଖି ବୋଡେ଼ନ ବିଡ଼ିଓଙ୍କୁ ପ୍ରଶଂସା କରିଛନ୍ତି ।