
ଭୁବନେଶ୍ୱର, ରାଜ୍ୟରେ ସଂକ୍ରମଣ କମୁଛି, ଆଗକୁ ଆହୁରି କମିବ । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲାରେ ଧିରେ ଧିରେ କମିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।କେନ୍ଦ୍ରୀୟ ବୈଷୟିକ ଟିମ୍ ଓଡିଶା ଗସ୍ତରେ ଆସିଛନ୍ତି । ସେମାନଙ୍କର ଯାହା ତଥ୍ୟ ଦରକାର ଯୋଗାଇ ଦେବୁ । ସେମାନେ ବୈଷୟିକ ଦିଗ ଦେଖିବେ । ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପର୍ଯ୍ୟନ୍ତ ଏକ ଗ୍ୟାପ ରହୁଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା କମିବ ବୋଲି କହିଛନ୍ତି ଡିଏମଇଟି ।