
ଦୈନିକ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡିଟ୍ ରିପୋର୍ଟ ଆସିବା ପରେ ଆମେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ଭେଂଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ରୁ ୯୨ ପ୍ରତିଶତ । ଏବେ ବି ୫୫ରୁ ୬୦ ଲୋକ ଭେଂଟିଲେଟରରେ ଅଛନ୍ତି ଏବଂ ଆଇସିୟୁରୁ ୩୦ ପ୍ରତିଶତ ପେସେଂଟ ଭେଂଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ କ୍ରିଟିକାଲ ପେସେଂଟ ଅଛନ୍ତି ଆମର ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ ।
ଉପକୂଳରେ ସଂକ୍ରମଣ ବିଳମ୍ବରେ ପିକ୍ ନେଇଥିଲା । ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଆମେ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ ତାହା ପରେ ସେ କେଉଁଠି କୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।