
ମୃତ ମହିଳାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ଗୁରୁତର ବ୍ୟକ୍ତି ଜଣଙ୍କ ଦେହରେ ମଧ୍ୟ କ୍ଷତ ଚିହ୍ନ ରହିଛି ଓ ସେ ବିଷ ପିଇ ଥିବା କୁହାଯାଉଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ମହିଳା ଜଣଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି । କିନ୍ତୁ ଗୁରୁତର ବ୍ୟକ୍ତି ଜଣଙ୍କୁ ସେ ଚିହ୍ନି ନଥିବା କହିଛନ୍ତି । ତାଙ୍କ ପରିଚୟ ମିଳିନି । ଗୁରୁତର ଭାବେ ଉଦ୍ଧାର ଉକ୍ତ ବ୍ୟକ୍ତିଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତି କରାଯାଇଛି । ସେ ବି କିଛି କହିବା ଅବସ୍ଥାରେ ନାହାନ୍ତି ।
ସୂଚନା ଅନୁଯାୟୀ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ୍-୧ ଅଂଚଳରେ ଗତ ୩ ବର୍ଷ ଧରି ମହିଳା ଓ ତାଙ୍କ ସ୍ୱାମୀ ୪ ବର୍ଷର ଛୁଆ ସହ ଭଡାରେ ରହୁଥିଲେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ କୌଣସି ପ୍ରାଇଭେଟ୍ ସଂସ୍ଥାରେ କାମ କରନ୍ତି ।