
ପୁରୀ, ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି ।ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୧୬ ଜଣ, ବ୍ରହ୍ମଗିରିରୁ ୨୦ ଜଣ, ଡ଼େଲାଙ୍ଗ ବ୍ଲକରୁ ୨ ଜଣ, ଗୋପ ବ୍ଲକରୁ ୧୫ ଜଣ, କାକଟପୁର ବ୍ଲକରୁ ୯ ଜଣ ଏବଂ କଣାସ ବ୍ଲକରୁ ୨ ଜଣ, କୋଣାର୍କ ବିଜ୍ଞାପିତ ଅଂଚଳରୁ ଜଣେ, କୃଷ୍ଣପ୍ରସାଦ ବ୍ଲକରୁ ଜଣେ ଏବଂ ନିମାପଡ଼ା ବ୍ଲକରୁ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ନିମାପଡ଼ା ବିଜ୍ଞାପିତ ଅଂଚଳରୁ ୪ ଜଣ, ପିପିଲି ବ୍ଲକରୁ ୧୬ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ଜଣେ, ପୁରୀ ସଦର ବ୍ଲକରୁ ୨୦ ଜଣ ଏବଂ ପୁରୀ ପୌରାଚଂଳରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରେ ରହୁଥିବା ଅନ୍ୟ ଜିଲ୍ଲାର ୪ ଜଣ ବାସିନ୍ଦା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୨୨୯ ଜଣ ଆକ୍ରାନ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।