ଭୁବନେଶ୍ୱର – ଦରକାରୀ ସମୟରେ ବିଶୁଦ୍ଧ ରକ୍ତର ଆବଶ୍ୟକତା ପୂରଣ କରାଯିବା ନିମନ୍ତେ ଏବଂ ବିଶୁଦ୍ଧ ରକ୍ତ ରୋଗୀଙ୍କୁ ଉପଲବ୍ଧ କରାଯିବା ଉଦେ୍ଧଶ୍ୟରେ ଅଦ୍ୟାବଧି ୫୬ଟି ସରକାରୀ ରକ୍ତ ଭଣ୍ଡାର ସହିତ ଗୋଟିଏ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ଓଡ଼ିଶାରେ କାର୍ଯ୍ୟକ୍ଷମ ଅଛି । ୨୦୧୮ ମସିହାରେ ସଂଗୃହୀତ ସମୁଦାୟ ୪,୫୫,୦୬୦ ୟୁନିଟ୍ ମଧ୍ୟରେ ୨,୯୨,୧୭୧ ୟୁନିଟ୍ ସ୍ୱେଚ୍ଛାକୃତ ଭାବେ ସଂଗୃହୀତ ହୋଇଛି ।
ଯେଉଁ ଅଂଚଳରେ ଉପଯୁକ୍ତ ଭିତିଭୂମିର ଅଭାବ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇପାରୁନାହିଁ, ସେହି ସ୍ଥାନ ଗୁଡ଼ିକରେ ରକ୍ତ ଦାତାଙ୍କ ସୁବିଧା, ନିରାପଦ ରକ୍ତ ସଂଗ୍ରହ, ସଂଗୃହୀତ ରକ୍ତର ସ୍ଥାନାନ୍ତରୀକରଣ ଏବଂ ଦୁର୍ଗମ ଅଂଚଳରେ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଆବଶ୍ୟକତା ଉପଲବ୍ଧି କରାଯାଇଥିଲା । ଆଜି ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଉପରୋକ୍ତ ଆବଶ୍ୟକତାକୁ ପୂରଣ କରାଯିବା ଉଦେ୍ଧଶ୍ୟରେ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ କିଣାଯାଇଛି ଏବଂ ସେଗୁଡ଼ିକୁ କଟକର ଏସସିବି ମେଡ଼ିକାଲ କଲେଜ ଓ ହସପିଟାଲ, ବୁର୍ଲାର ଭିମ୍ସାର, ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କୋରାପୁଟର ଏସଏଲଏନ ମେଡ଼ିକାଲ କଲେଜ ଓ ହସପିଟାଲ, ବାରିପଦାର ପିଆରଏମ ମେଡ଼କାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀରର ବିବି ମେଡ଼ିକାଲ କଲେଜ ଓ ହସ୍ପିଟାଲଲ, ବାଲେଶ୍ୱରର ଏଫଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ବରଗଡ଼ର ଡିଏଚଏଚ ଏବଂ ରାଉରକେଲାର ଆରଜିଏଚକୁ ପଠାଯିବ । ଏହିସବୁ ଯାନ ଗୁଡ଼ିକରେ ରକ୍ତ ସଂଗ୍ରହ ଏବଂ ସଂଗୃହୀତ ରକ୍ତର ସ୍ଥାନାନ୍ତରୀକରଣ ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ ଏବଂ ଯନ୍ତ୍ରପାତି ଉପଲବ୍ଧ କରାଯାଇଛି ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଧା, ଭାରତୀୟ ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଧଶକ ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିଦେ୍ର୍ଧଶକ ଯାମିନୀ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର ଓ ଉଚ୍ଚ ପଦସ୍ଥ ଅଫିସର ଉପସ୍ଥିତ ଥିଲେ ।