ପୁରୀ, ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି ।ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୨୧ ଜଣ, ବ୍ରହ୍ମଗିରିରୁ ୫ ଜଣ, ଡ଼େଲାଙ୍ଗ ବ୍ଲକରୁ ୫ ଜଣ, ଗୋପ ବ୍ଲକରୁ ସର୍ବାଧିକ ୨୯ ଜଣ, କାକଟପୁର ବ୍ଲକରୁ ୧୪ ଜଣ ଏବଂ କଣାସ ବ୍ଲକରୁ ୧୩ ଜଣ, କୋଣାର୍କ ବିଜ୍ଞାପିତ ଅଂଚଳରୁ ୪ ଜଣ ଏବଂ ନିମାପଡ଼ା ବ୍ଲକରୁ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ପିପିଲି ବ୍ଲକରୁ ୨୦ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ୨ ଜଣ, ପୁରୀ ସଦର ବ୍ଲକରୁ ୧୩ ଜଣ ଏବଂ ପୁରୀ ପୌରାଚଂଳରୁ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରେ ରହୁଥିବା ଅନ୍ୟ ଜିଲ୍ଲାର ୩ ଜଣ ବାସିନ୍ଦା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ୧୫୯ ଜଣ ଆକ୍ରାନ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।