କେନ୍ଦ୍ରାପଡ଼ା – ନୂତନ ଟ୍ରାଫିକ୍ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦ୍ୱାରା ଜନଅସନ୍ତୋଷ ତୀବ୍ର ଦେଖାଦେଇଛି । ଏଥିପାଇଁ ସାଧାରଣ ଜନତା ପ୍ରସ୍ତୃତ ନଥିବାବେଳେ ଏକ ସପ୍ତାହ ମଧ୍ୟରେ ଏହି ନିୟମକୁ କାର୍ଯ୍ୟକାରୀ କରି ସରକାର ମନଇଚ୍ଛା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି । ଏହା କରିବା ଠିକ୍ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଚେକିଂ ବ୍ୟବସ୍ଥାକୁ ୬ମାସ ଘୁଂଚାଇ ଦିଆଯାଉ ବୋଲି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ । ପ୍ରଚାର ପ୍ରସାର ମାଧ୍ୟମରେ ସାଧାରଣ ଜନତା ଅବଗତ ହେବାପରେ ୬ ମାସ ପରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ ମତ ପୋଷଣ କରିଛନ୍ତି । ହଠାତ୍ ଏପରି ଆଇନ୍କୁ କାର୍ଯ୍ୟକାରୀ କରିବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାର ଏହା ଉପରେ ବିଚାର କରିବାକୁ ଶ୍ର୍ରୀ ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
Related Stories
December 2, 2024