ବାରିପଦା, ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋରୁ ହାଟରୁ ଗୋରୁ ଚାଲାଣକୁ ନେଇ ଘଟିଛି ଗଣ୍ଡଗୋଳ ଓ ଗାଡ଼ି ଭଙ୍ଗାରୁଜା । ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ଘଟଣାରେ ଉଦଳା ପୋଲିସ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
କଲରା ପତରିଆ ବାଘ ଛାଲ ଜବତ, ଜଣେ ଅଟକ
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ କଅଁସର ଗାଁରୁ ଏକ କଲରା ପତରିଆ ବାଘର ଛାଲ ଜବତ ହୋଇଛି । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ଛାନଭିନ୍ ଜାରୀ ରହିଛି ।