ଭଦ୍ରକ, ଭଦ୍ରକ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୨୫୫ କୁ ବୃଦ୍ଧି ପାଇଛି । ଗତକାଲି ୧୫୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୨୦, ୩୫୬ କୁ ବୃଦ୍ଧି ପାଇଛି । ଏବେ ୧୬୮୬ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ନେଇ ସୂଚନା ମିଳିଛି । ସେହିପରି ଆଉ ୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଦୁଇ ପୁରୁଷଙ୍କ ମଧ୍ୟରେ ଜଣକର ବୟସ ୭୯ ବର୍ଷ ଏବଂ ଅନ୍ୟ ଜଣକର ବୟସ ୭୦ ବର୍ଷ । ଏବଂ ଅନ୍ୟ ଜଣେ ୫୫ ବର୍ଷିୟ ମହିଳା ରହିଛନ୍ତି, ସେ ପୂର୍ବରୁ ମଧୁମେହରେ ଆକ୍ରାନ୍ତ ଥିଲେ । ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୪ କୁ ବୃଦ୍ଧି ପାଇଛି ।