ଭୁବନେଶ୍ୱର. ରାଜ୍ୟରେ କୋଭିସିଲ୍ଡ ଟୀକାର ଅଭାବ କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଜୁନ ମାସ ପାଇଁ ଅତିରିକ୍ତ ୬ ଲକ୍ଷ କୋଭିସିଲ୍ଡ ଟୀକା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ହର୍ଷ ବର୍ଧନଙ୍କୁ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ ଲେଖିଛନ୍ତି ଯେ ରାଜ୍ୟରେ ଟିକାକରଣ ଜାରି ରହିଛି । ଜୁନ୍ ୨୧ରୁ ଦୈନିକ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି । ଜୁନରେ ଓଡ଼ିଶା ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍ କୋଭିସିଲ୍ଡ ଟିକା ପାଇଥିବା ବେଳେ ଏହା ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି ।ମଙ୍ଗଳବାର କୋଭିସିଲ୍ଡ ଟିକା ସରୁଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ । ସେଥିପାଇଁ କେନ୍ଦ୍ର ଅତିରିକ୍ତ ୬ କୋଭିସିଲ୍ଡ ଟିକା ଜୁନ୍ ମାସରେ ଦେବାକୁ ସେ ଅନୁରଧ କରିଛନ୍ତି ।
Related Stories
May 3, 2024