ଭୁୁବନେଶ୍ୱର, ଓଡିଶା ପ୍ରଦେଶ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ରାଜ୍ୟର ରାଜନୈତିକ ସ୍ଥିତିକୁ ନେଇ ଆଲୋଚନା କରା ଯିବା ସହ ଏକ ପ୍ରସ୍ତାବ ଗୃହୀତ କରା ଯିବା ସହ ଆଗାମୀ ୩ ମାସ ପାଇଁ ରାଜ୍ୟ ବିଜେପିର ରୋଡ଼ ମ୍ୟାପ ତିଆରି ଚାଲିଛି । ଭାର୍ଚୁଆଲ ମୋଡରେ ଚାଲିଥିବା ଏହି ବୈଠକରେ ଭୁବନେଶ୍ୱର ଦଳୀୟ ଅଫିସରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ରହିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପାର୍ଟୀର ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମର ଓ ଅନ୍ୟ ବରିଷ୍ଠ ନେତା ମାନେ ଅନଲାଇନ ଜରିଆରେ ସାମିଲ ଅଛନ୍ତି । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ସମ୍ମୁଖକୁ ଆଣିବାକୁ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରା ଯିବା ସହ ସହ କେନ୍ଦ୍ରର ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହେବ ।