
ମାଲକାନଗିରି, ମାଲକାନଗିରି ଜିଲ୍ଲାପାଳ ଡା ୟେଦୁଲା ବିଜୟ ମୋଟୁ ତହସିଲ ଅନ୍ତର୍ଗତ ପେଟା ଠାରେ ଥିବା ଗ୍ରାନାଇଟ ଖଣି ର ମାଲିକ ବେଣୁ ଗୋପାଳ ରାଓ ଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଗତ ମାର୍ଚ୍ଚ ମାସରେ ହୋଇଥିବା ପଥର ଖାଦାନ ଟେଣ୍ଡର ରେ ଜାଲିଆତି କରି ଶ୍ରୀ ରାଓ ଙ୍କୁ ୭ ଟି ପଥର ଖାଦାନ ପାଇବା ପାଇଁ ଯୋଗ୍ୟ କରିଥିବା କଂଗ୍ରେସ ଦଳ ପକ୍ଷରୁ ପ୍ରମାଣ ସହ ଅଭିଯୋଗ କରାଯାଇଥିଲା!ଏହାପରେ ବିବାଦୀୟ ଭାବେ ରାଜ୍ୟ ସରକାର ଜିଲ୍ଲାପାଳ ଶ୍ରୀ ବିଜୟ ଙ୍କୁ ଗତକାଲି ବଦଳି କରିଥିଲେ !ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ସାଧାରଣ ସମ୍ପାଦକ ରାମ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ, ମାଥିଲି ବ୍ଳକ ଅଧକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ପର୍ଶୁରାମ ଭକ୍ତ, ପେଣ୍ଡ୍ରାପ୍ରସାଦ ପଣ୍ଡା, କେଶୁ ରାଓ, ଜି ଶ୍ରୀନିବାସ ରାଓ, ପ୍ରଭାକର ପାଳ ଙ୍କ ସମତେ ଶତାଧିକ କଂଗ୍ରେସ କର୍ମୀ କୋଭିଡ଼ ଗାଇଡ଼ ଲାଇନ ପାଳନ କରି ଏକତ୍ରିତ ହୋଇ ସେଠାରୁ ଚାଲି ଚାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ! ପରେ କାର୍ଯ୍ୟାଳୟ ସମ୍ମୁଖ ରେ ଠିଆ ହୋଇ ମିଠା ବାଣ୍ଟି ଆତସବାଜି କରି ବିଜୟ ଉତ୍ସବ ପାଳନ କରିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO