ଆସ୍ଥା ଓ ବିଶ୍ୱାସର ଦେବତା ଶ୍ରୀ ଜଗନ୍ନାଥ, ଭକ୍ତ ଙ୍କ ଭାବ,ଭକ୍ତି, ସମର୍ପଣ ଓ ଅନୁଭବରେ ଆଜି ବିଶ୍ବ ଦେବତା ହୋଇପାରିଛନ୍ତି ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ,ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭର୍ଚୁଆଲ ପ୍ଲାଟଫର୍ମରେ, “ମୋ ଅନୁଭୂତି ରେ ଶ୍ରୀ ଜଗନ୍ନାଥ “ଶୀର୍ଷକ ଆଲୋଚନା ଚକ୍ର କୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କୋଭିଡ କଟକଣା ମଧ୍ୟରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଓ ସଫଳ ହେବାର ନିବେଦନ ରଖିଥିଲେ। ବେଦ ଓ ଶଙ୍ଖଧ୍ବନି ମଧ୍ୟରେ ସିଂହଦ୍ବାର ଠାରେ ସେବାୟତ ସୌମେନ୍ଦ୍ର ମୁଦାଲି ପ୍ରଦୀପ ପ୍ରଜ୍ଜ୍ଵଳନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଆଲୋଚନା ଚକ୍ର କୁ ଉପଦେଷ୍ଟା ଗୀତିକାର ବଦ୍ରିମିଶ୍ର ସ୍ବାଗତ କରିଥିବା ବେଳେ ସଂପାଦକ ରାଜେଶ କୁମାର ମହାନ୍ତି ସଂଚାଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ମାନ୍ଯବର ଶ୍ରୀ ସଂଜୟ କୁମାର ଦାସବର୍ମା,ପୁରୀ ର ବିଧାୟକ ମାନ୍ଯବର ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ,ସି.ଏମ୍.ଡି;ନାଲକୋ ଶ୍ରୀଧର ପାତ୍ର, କୁଳପତି, ସୋମନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, (ଗୁଜରାଟ) ଶ୍ରୀ ଗୋପବନ୍ଧୁ ମିଶ୍ର, ଅନୁଷ୍ଠାନର ଅଧ୍ୟକ୍ଷ କ୍ଯାପଟେନ ପ୍ରଭାକର ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ହରେକୃଷ୍ନ ଶତପଥୀ, ଓଡିଶା ଭାଷା ପ୍ରତିଷ୍ଠାନ ର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ କୈଳାଶ ଚନ୍ଦ୍ର ଟିକାୟତରାୟ,ଅନୁଷ୍ଠାନର ଉପଦେଷ୍ଟା ଡ: ଭଗବାନ ଜୟସିଂହ, ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ପ୍ରଫେସର ସୌମେନ୍ଦ୍ର ମୁଦାଲି,ଦଇତା ନିଯୋଗ ସଭାପତି ଶ୍ରୀ ରବିନାରାୟଣ ଦାସ ମହାପାତ୍ର, ଶ୍ରୀଦେବ ନନ୍ଦ,ନିୟନ୍ତ୍ରକ,ସି.ଏସ୍.ଆଇ.ଆର୍, ଭାରତ ସରକାର(ନୂଆ ଦିଲ୍ଲୀ), ରକ୍ଷକ ନାୟକ,ଲୋକ ସମ୍ପର୍କ ଅଧିକାରୀ, ରାଜଭବନ,ଓଡିଶା, ଶ୍ରୀ ଅରବିନ୍ଦ ସ୍ବାଇଁ, (ଯୁକ୍ତରାଷ୍ଟ୍ର ଆମେରିକା),ତନୟା ପଟ୍ଟନାୟକ, କାର୍ଯ୍ୟକାରୀ ନିର୍ଦ୍ଦେଶିକା,ସମ୍ବାଦ ଗୃପ୍, ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁପ୍ରସାଦ ତ୍ରିପାଠୀ, ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ, ଶ୍ରୀ ଶ୍ଯାମାପ୍ରସାଦ ମିଶ୍ର, ଡି.ଜି.ଏମ୍, ଓଡିଶା ଟେଲିଭିଜନ୍ ନେଟୱର୍କ, ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର, ବିଶିଷ୍ଟ କଣ୍ଠଶିଳ୍ପୀ ଇରା ମହାନ୍ତି, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ(ତିରୁପତି), ଶ୍ରୀ ଚକ୍ରଧର ମହାପାତ୍ର, ରାଜ୍ୟ ସଭାପତି, ଏସ୍.ବି.ଆଇ ଷ୍ଟାଫ୍ ଆସୋସିଏସନ୍, ଓଡିଶା, କେଦାର ମିଶ୍ର, ଓଡିଆ ସିନେମା କଳାକାର, ପ୍ରସିଦ୍ଧ ଗୀତିକାର ଶ୍ରୀ ଶରଣାରବିନ୍ଦ ଓଝା,କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର, ବରିଷ୍ଠ କଣ୍ଠଶିଳ୍ପୀ
କେଶବ ସାହୁ, କଣ୍ଠଶିଳ୍ପୀ ଶ୍ରୀ ଶଂଖମିତ୍ର ସିଂହାରୀ,ସଂପାଦକ, ଓଡିଶା ମ୍ଯୁଜିକ ଏକାଡେମୀ, ପୁରୀ, ଶ୍ରୀ ଶ୍ଯାମପ୍ରକାଶ ସେନାପତି, ସଂପାଦକ, ଅଭିନନ୍ଦନିକା,ପୁରୀ, ଶ୍ରୀ ବିଶ୍ବନାଥ ମିଶ୍ର, ସଂପାଦକ, ନିର୍ମାଲ୍ଯ,ପ୍ରଫେସର ଡ: ପ୍ରଶାନ୍ତ କୁମାର ପାଣିଗ୍ରାହୀ(ବ୍ରହ୍ମପୁର), କଣ୍ଠଶିଳ୍ପୀ ପତିତ ପାବନ ଦାସ ଓ ଅଫତାବ୍ ହୋସେନ ଯୋଗ ଦେଇ ଠାକୁର ଙ୍କୁ ନେଇ ଅନୁଭବ ପ୍ରକାଶ କରିଥିଲେ ଓ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ଭରତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଲୋକକଳା ର ଦେବତା ଶ୍ରୀ ଜଗନ୍ନାଥ ଙ୍କ ନୃତ୍ୟ କୁ ନେଇ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆଗାମୀ ଦିନରେ ସର୍ବ ଭାରତୀୟ ଲୋକନୃତ୍ଯ ଦଳ କୁ ନେଇ ଏକ ଜାତୀୟ ଭର୍ଚୁଆଲ ସମାବେଶ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।