-
କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବ

ଭୁବନେଶ୍ୱର, ୨୭ ଜୁନ ଯୁବକ ମାନେ ଭୋକାଲ ଫର ଲୋକାଲ ପାଇଁ ସଂକଳ୍ପ ନିଅନ୍ତୁ । ଆତ୍ମ ନିର୍ଭର ଭାରତ ନିର୍ମାଣ କିଭଳି ଭାବେ ସଫଳ ହେବ ସେ ନେଇ ଯୁବକ ମାନେ ଶପଥ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ)ର ପ୍ରଥମ ସମାବର୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହା କହିଛନ୍ତି । ଏହି ସମାରୋହ ଭର୍ଚୁଆଲ ମୋଡରେ ହୋଇଥିଲା ।ଏହି ଅବସରରେ ସେ କହିଥିଲେ ଯେ ଜନଜାତୀୟ ପିଲା ମାନଙ୍କ ମଧ୍ୟରେ ପ୍ରତିଭାର ଅଭାବ ନାହିଁ । ସେମାନଙ୍କୁ ଉଚିତ ପରିବେଶ ଓ ପ୍ରୋତ୍ସାହନ ଦିଆ ଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ରାଜ୍ୟାପାଳ ଏହି ଅବସରରେ ଗ୍ରାଜୁଏଟ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।ରାଜ୍ୟପାଳ ଏହି ଅବସରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ତାଙ୍କ ପ୍ରଚେଷ୍ଟାରେ ଏହି ବିଶ୍ୱବିଦ୍ୟାଳୟ ବୈଶ୍ୱିକ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛି ।ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଶ୍ୱବିଦ୍ୟାଳୟରୁ ଡିଲିଟ ଉପାଧି ମଧ୍ୟ ଗ୍ରହଣ କରିଥିଲେ ।ଭାରତର ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ. କେନିଆର ସାଂସଦ ଡ ସ୍ୱରୁପ ଚନ୍ଦ୍ର ମିଶ୍ର ତଥା ବିଶିଷ୍ଟ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କୁ ମଧ୍ୟ ଡିିିଲିଟ ଉପାଧି ପ୍ରଦାନ କରା ଯାଇଥିଲା କାର୍ଯ୍ୟକ୍ରମରେ କିସ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ, ସତ୍ୟ ତ୍ରିପାଠୀ, ବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟ ମାନେ ମଧ୍ୟ ଉଦବୋଧନ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO