ଆଜି ଚିହ୍ନଟ ହୋଇଥିବା ୩୪୦୮ ଜଣଙ୍କ ମଧ୍ୟରୁ ୧୯୪୩ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୪୬୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୬୫୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୫୧ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୨୮, କଟକରୁ ୫୫୩ ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୩ ଜଣ, ଗଜପତି ଜିଲ୍ଲାରୁ ୧୪ , ଗଞ୍ଜାମରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୦୩ ଜଣ, ଯାଜପୁରରୁ ୨୫୮ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୧୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ. କେନ୍ଦ୍ରାପଡ଼ାରୁ ୧୧୦ ଜଣ, କେନ୍ଦୁଝରରୁ ୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୫୮୨ ଜଣ, କୋରାପୁଟରୁ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୪୩ଜଣ, ନୟାଗଡ଼ରୁ ୧୬୦ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୨୧୫ ଜଣ, ରାୟଗଡ଼ାରୁ ୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୧୬ ଜଣ, ସୁନ୍ଦରଗଡ଼ରୁ ୩୭ ଜଣ ଓ ଷ୍ଟେଟ୍ ପୁଲରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।