
ମାଲକାନଗିରି, ଜୁଲାଇ ୧ ରେ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀ ଙ୍କ ଦ୍ବାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ କମିଟିର ସଚିବ ଗଣେଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଦ୍ବାରା ହୋଇଥିବା ଏନକାଉଣ୍ଟରରେ ୬ ଜଣ କ୍ୟାଡର ମାଓବାଦୀ ଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସଂଗଠନ ବଡ ଚିନ୍ତାରେ ପଡିଛି । ଏହି ଆକ୍ରମଣକୁ କେବେ ଭୁଲିବ ନାହିଁ ବୋଲି ସଂଗଠନ କହିଛି ।ଗୋଟିଏ ପଟେ କରୋନାରେ ହଜାର ହଜାର ସଂଖ୍ୟା ରେ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ଅନ୍ୟପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯବାନଙ୍କୁ ଲଗାଇ ଗାଁଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ୧ ୬ ତାରିଖରେ ହୋଇଥିବା ଏନକାଉଣ୍ଟରରେ ସଂଗଠନର ବଡ ବଡ ନେତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ହିସାବ ଆମେ ଦେବୁ ବୋଲି ସଂଗଠନ କହିଛି ।ଏହା ଏକ ବଡ ଅପୂରଣୀୟ କ୍ଷତି ବୋଲି ପାର୍ଟି ସ୍ବୀକାର କରିଛି । ଏହି ଏନକାଉଣ୍ଟରକୁ ପ୍ରତିବାଦ କରି ଆନ୍ଧ୍ର ଓଡିଶା ସୀମା ଡିଭିଜନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବୁଦ୍ଧିଜୀବୀ, ଗଣମାଧ୍ୟମ, ଜନସାଧାରଣଙ୍କୁ ମାଓ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO