
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅନ୍ତର୍ଗତ ରେଳ ଷ୍ଟେସନ ରୋଡ଼ରେ ଥିବା ଏକ ଲଜ୍ ରେ ଚଢ଼ଉ କରି ପୋଲିସ ୨୪ କେଜି ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ଆଶିଷ ପାଣିଗ୍ରାହୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ନେଇ ଗୋସାଣିନୂଆଗାଁ ଥାନା ଅଧିକାରୀ ସୁମିତ୍ କୁମାର ସୋରେନ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ସୁରତ ଚାଲାଣ ହୋଇଥାନ୍ତା ।
ସୂଚନା ଅନୁସାରେ, ଅଭିଯୁକ୍ତ ଆଶିଷ ସୁରତରେ ରହୁଛନ୍ତି । ସେ ବିଭିନ୍ନ ସମୟରେ ବ୍ରହ୍ମପୁର ଆସି ଗଞ୍ଜେଇ ନେଇ ସୁରତ ଯାଉଛନ୍ତି । ଗତ କିଛି ଦିନ ତଳେ ସେ ବ୍ରହ୍ମପୁର ଆସି ଗଞ୍ଜେଇ ମାଫିଆଙ୍କ ଠାରୁ ଗଞ୍ଜେଇ ସଂଗ୍ରହ କରିଥିଲେ । ସେ ଷ୍ଟେସନ ରୋଡ଼ ସ୍ଥିତ ଏକ ଲଜ୍ ରେ ଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ଚଢ଼ଉ କରି ଏକ ରୁମ୍ ରୁ ଆଶିଷଙ୍କୁ ଠାବ କରିଥିଲା । ଯାଂଚ୍ ପରେ ଏହି ରୁମ୍ ରୁ ଗଞ୍ଜେଇ ଜବତ ହୋଇଥିଲା । ଆଶିଷ ପୂର୍ବରୁ ମଧ୍ୟ ଦୁଇ ଥର ଆସି ଏଭଳି ଗଞ୍ଜେଇ ନେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଆଜି ସେ ଗଞ୍ଜେଇ ନେଇ ସୁରତ ଯିବାର ଥିଲା । ହେଲେ ସୁରତ ଯିବା ପୂର୍ବରୁ ସେ ପୋଲିସ ହାତରେ ଧରାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO