
ଭଦ୍ରକ, ଭଦ୍ରକ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୦୯୨ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନ୍ୟ ଜିଲ୍ଲାରୁ ୬ ଜଣ ଓ ଭଦ୍ରକ ଜିଲ୍ଲାର ୧୦ ଜଣ ଜିଲ୍ଲା ବାହାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ୍ ୪ ଲକ୍ଷ ୬୨ ହଜାର ୮୪୬ ଜଣଙ୍କ ନମୂନା ପରୀକ୍ଷା ପରେ ମୋଟ୍ ୨୧, ୯୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ୧୭୯ ଜଣ ସୁସ୍ଥଙ୍କୁ ମିଶାଇ ମୋଟ୍ ୨୦, ୧୯୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୧୬୮୧ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ନେଇ ସୂଚନା ମିଳିଛି । କରୋନାର ଦ୍ୱିତୀୟ ଲହରରେ ଅଦ୍ୟାବଧି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୧ ରହିଛି ।