

Related Stories
June 7, 2025
ମାଲକାନଗିରି, ମାଲକାନଗିରି -ମୋଟୁ ଜାତୀୟ ରାଜପଥ ୩ ୨ ୬ ର ଏମଭି ୧ ୯ ଠାରେ ଗତକାଲି ରାତ୍ରରେ ଭାରସ୍ୟାମ ହରାଇ ଏକ ମୋଟର ସାଇକେଲ ଦୃଘଟଣାଗ୍ରସ୍ଥ ହେବାରୁ ଚାଳକ ଗୁରୁତର ଆହତ ହୋଇ ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ବ୍ଳକ ମୋଟୁ ଗ୍ରାମର ସମା ମାଡକାମୀ ନାମକ ଯୁବକ କୌଣସି କାମରେ ନିଜ ମୋଟର ସାଇକେଲ ରେ ମାଲକାନଗିରି ଆସି କାଲି ରାତିରେ ନିଜ ଘରକୁ ଫେରୁଥିବାବେଳେ ଏମଭି ୧୯ ଠାରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା!ଫଳରେ ସମା ର ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଉଥିବା ଦେଖି ସ୍ଥାନିୟ ଲୋକ ମାନେ ୧ 0 ୮ ଆମ୍ବୁଲାନ୍ସ କୁ ଫୋନ କରି ଡାକିବା ସହ ମାଲକାନଗିରି ଥାନାକୁ ଖବର ଦେଇଥିଲେ!ଆମ୍ବୁଲାନ୍ସ ପହଞ୍ଚି ସମା କୁ ମାଲକାନଗିରି ମେଡିକାଲ କୁ ନେଇଥିଲା!