
ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଛି ନାଞ୍ଚଳ କୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା!ଗୁରିପ୍ରିୟା ସେତୁ ହେବା ଯୋଗୁଁ ସେତୁର ଆରପଟେ ଥିବା ଯୋଡମ୍ବ, ପଣସପୁଟ, ଯନ୍ତ୍ରି, ପଞ୍ଚାୟତ ବାସୀ ନିଜକୁ ସ୍ୱାଭିମାନୀ ବୋଲି ଭାବିଥିଲେ!ତେବେ ବ୍ଲକ ଓ ତହସିଲ କୁ ଆସିବାକୁ ହେଲେ ଯନ୍ତ୍ରୀ ପଞ୍ଚାୟତ ବାସୀ ୮ 0କିଲୋମିଟର, ପଣସପୁଟ ପଞ୍ଚାୟତବାସୀ ୬ 0କିଲୋମିଟର, ଗଜାଲମାମୁଡି ପଞ୍ଚାୟତବାସୀ ୬ ୫ କିଲୋମିଟର, ଅଣ୍ଡରାପାଲି ପଞ୍ଚାୟତବାସୀ ୬ 0କିଲୋମିଟର ରାସ୍ତା ଅତିକ୍ରମ କରିବା ସହ ହନ୍ତାଳଗୁଡା, ଧୂଳିପୁଟ ଘାଟି ଓ ଯନ୍ତ୍ରୀ ପଞ୍ଚାୟତବାସୀ ଆନ୍ଧ୍ର ସୀମାଦେଇ ଆସିବାକୁ ପଡିଥାଏ!ଯଦି ବ୍ଳକ କିମ୍ବା ତହସିଲ ରେ କୌଣସି କାମ ପଡେ ତେବେ ଗୋଟିଏ ଦିନରେ ଯାଇ ଫେରିବା ସମ୍ବଭ ନୁହେଁ!ତେଣୁ ଯୋଡମ୍ବ ରେ ଏକ ବ୍ଳକ ଓ ତହସିଲ କରିବା ପାଇଁ ସ୍ୱାଭିମାନ ଅଞ୍ଚଳର ୫ ଟି ଗାଁ ର ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲପାଳ ବୀରସେନ ପ୍ରଧାନଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO